” ତୁଷାରକାନ୍ତର ମୁଣି ନିଅନ୍ତୁ ସେଥିରୁ ଛାଣି”-
ଆଜି ମୁଣି ଦେଲା କାନରେ କହି ମହାରାଷ୍ଟ୍ର, ଝାଡ଼ଖଣ୍ଡ ଭୋଟ ଆଜି ତ ଥାଇ ତୁଷାରକାନ୍ତେ ଆହେ ତୁଷାରକାନ୍ତେ”ଗାଈ ଓ ବିଲେଇ ଉପାଖ୍ୟାନ” ସହ ଫଳାଫଳ ଦିଅ ଥୋଇ, ଆହେ ତୁଷାରକାନ୍ତେ, ଫଳାଫଳ ଦିଅ ଥୋଇ” ……. 🐄 🐈…… ତେଣୁ ପ୍ରଥମରେ:- ” ଗାଈ ଓ ବିଲେଇ ଉପାଖ୍ୟାନ” ସହିତ “ଭୋଟ”ର ସଂପର୍କ ବାବଦରେ ସମ୍ୟକ ବର୍ଣନା। ପାଖାପାଖି ୪୦ ବର୍ଷ ତଳର ଘଟଣା।କଣ୍ଠି , ସଦାକୁ ବାହା ହୋଇ ସଦା ଘରକୁ ଆସିଲାବେଳେ କଣ୍ଠିଘର ତରଫରୁ ଗୋଟିଏ ଜର୍ସୀଗାଈ ଦିଆଯାଇଥିଲା, କଣ୍ଠିର ଛୁଆ ହେଲେ କ୍ଷୀର ଯୋଗାଇବାପାଇଁ। କିନ୍ତୁ, ନୁଆ ପରିବେଶରେ ଗାଈଟି ହଜିଗଲା ଓ ସଦା ବହୁତ ଖୋଜାଖୋଜି କରି ତା’କୁ ନପାଇ ନିଜ ପରାମର୍ଶଦାତା ସରୋଜ ସାନସାଆନ୍ତେଙ୍କ ପାଖକୁ ଯାଇ ପରାମର୍ଶ ଲୋଡିଲେ। ସରୋଜ ସାନସାଆନ୍ତେ ମହାଧୂର୍ତ୍ତ ଚରିତ୍ରର । ସେ କହିଲେ, ଆରେ ସଦା, ତୋର ତ ପିଲାପିଲି ହେଉ ନାହାନ୍ତି ଓ ଡାକ୍ତର କହିଛନ୍ତି କଣ୍ଠିର ଗାଇନିକ ଅସୁବିଧା ଥିବାରୁ ହେବେ ନାହିଁ। ତେଣୁ ତୁ ମହାଦେବଙ୍କ ପାଖରେ ମାନସିକ କର ଯେ ” ଗାଈ ମିଳିଲେ ତାକୁ ବିକି, ବିକ୍ରି ଅର୍ଥର ଅଧାରେ ମହାଦେବଙ୍କ ମନ୍ଦିରରେ ମେଳା କରିବୁ। ବାକି ଅଧେରୁ ୪୦% ମୋତେ ମୋର ଉପଦେଶ ପାଇଁ ଦେବୁ ଓ ବାକି ୬୦% ତୁ ରଖିବୁ”। ସଦା ସେ ଅନୁସାରେ ମାନସିକ କଲା ଓ ଗାଈଟି ମିଳିଗଲା।ସେତେବେଳକୁ ଗାଈଟିର ବିକ୍ରିମୂଲ୍ୟ ୨୦୦୦ଟଙ୍କା ପାଖାପାଖି ଥାଏ।ମହାଦେବଙ୍କ ପାଖରେ ୧୦୦୦ଟଙ୍କା ଖର୍ଚ୍ଚ,ବାକି ହଜାରେରୁ ସାଆନ୍ତେଙ୍କ କମିଶନି ୪୦୦ଟଙ୍କା ( ସାଆନ୍ତେଙ୍କର ମନ୍ଦିର ପୁଜକଙ୍କ ସହିତ ସଲାସୁତୁରା ଥିବାରୁ, ମାନସିକ କଲାବାଲାଙ୍କ ଖର୍ଚ୍ଚରୁ ସେଠୁ ବି କିଛି କମିଶନି ମିଳେ)ଓ ନିଜେ ପାଇବ ୬୦୦, ଏକଥା ସଦା ଓ କଣ୍ଠିଙ୍କୁ ହଜମ ନ ହେବାରୁ ସେମାନେ ଯାଇ ବଡସାଆନ୍ତେ ଗୈ।ରିଶଙ୍କରଙ୍କ ପାଖରେ ପହଞ୍ଚିଲେ। କଣ୍ଠି ଲମ୍ବ ହୋଇ ବଡସାଆନ୍ତେଙ୍କ ଗୋଡତଳେ ପଡ଼ି “ରକ୍ଷାକର”ବୋଲି କହି, ଟଙ୍କା ୨୦୦ ଥୋଇଦେଲେ। ବଡ଼ସାଆନ୍ତେ ” ହଉ ହଉ ଉଠ, କଣ ହେଇଛି କହ”, ବୋଲି କୁହନ୍ତେ, ସଦା ସବୁକିଛି ବଖାଣି ଦେଲେ। ବଡ଼ସାଆନ୍ତେ ହସି ହସି କହିଥିଲେ, ” ଆରେ ସଦା, ଆଜି କାହିଁକି କାମ ଅଧା ଅଧା” ବାବଦରେ ପଚାରିଥିଲୁ ଓ ମୋ ପରାମର୍ଶ ଯେମିତି କାମ ଦେଇଥିଲା, ସେମିତିଆ ପରାମର୍ଶଟିଏ ଆଜି ଦଉଛି”। ତାପରେ ବଡସାଆନ୍ତେ କହିଥିଲେ, ଆରେ ସଦା, “ଗାଈର ଦାମ ୨୦୦ଟଙ୍କା ଓ ବିଲେଇ ଦାମ ୧୮୦୦ ଟଙ୍କା ତଥା ଯିଏ ଗାଈ କିଣିବ, ସିଏ ବିଲେଇ କିଣିବାକୁ ବାଧ୍ୟ” ଭଳି ସର୍ତ୍ତ ରଖି ଗାଈଟିକୁ ବିକି ଦେଲେ ସମସ୍ୟାର ସମାଧାନ ହୋଇଯିବ। ସଦା ” ୱହା ବଡସାଆନ୍ତେ ୱହା” କହି, ତାଙ୍କୁ ଆଉ ୧୦୦ ଟଙ୍କା ଦେଇ, ଗାଈକୁ ୨୦୦ରେ ଓ ବିଲେଇକୁ ୧୮୦୦ଟଙ୍କାରେ ବିକିଲେ। ଗାଈ ଦାମ୍୨୦୦ରୁ ମନ୍ଦିରରେ ୧୦୦ ଓ ସରୋଜ ସାଆନ୍ତେଙ୍କୁ ୪୦ ଦେଇ ସମୁଦାୟ ୧୫୬୦ ଟଙ୍କା ପାଇଲେ।(ବଡ଼ସାଆନ୍ତେ ୩୦୦+ମନ୍ଦିର ୧୦୦+ସାନସାଆନ୍ତେ ୪୦ =୪୪୦ ଖର୍ଚ୍ଚ। ୨୦୦୦-୪୪୦=୧୫୪୬୦ସଦାର)।ଏକଥା ସରୋଜ ସାଆନ୍ତେ ଜାଣି ବଡସାଆନ୍ତେଙ୍କଉଦ୍ଦେଶ୍ୟରେ ,” ହଉ, ମୋ ବେଳ ପଡ଼ିଲେ ପାନେ ଦେବି” କହି ଓରବେଇ ଖବେଇ ହୋଇ ରହିଲେ, କାରଣ ତାଙ୍କ ଫର୍ମୂଲାରେ ସଦା ଯାଇଥିଲେ, ମନ୍ଦିରକୁ ୧୦୦୦ ଓ ସାନସାଆନ୍ତେଙ୍କୁ ୪୦୦ ଦେଇ ନିଜେ ପାଇଥାଆନ୍ତେ ମାତ୍ର ୬୦୦ ଟଙ୍କା। ସାନସାଆନ୍ତେଙ୍କୁ ୪୦୦+ ମନ୍ଦିରରୁ କମିଶନ ୨୦୦, ସମୁଦାୟ ୬୦୦ ବଦଳରେ ମାତ୍ର ୪୦ ଟଙ୍କା ମିଳିଥିବାରୁ,ସେ ରବେଇ ଖବେଇ ହେବା ଯାୟଜ ଥିଲା। ଭୋଟ ସହିତ ଏହାର ସଂପର୍କ:- ………ଭାରତର ନିର୍ବାଚନ କମିଶନଙ୍କୁ ତରଫରୁ ସଂସଦୀୟ ଓ ବିଧାନସଭା ନିର୍ବାଚନ ପାଇଁ ପ୍ରାର୍ଥୀମାନଙ୍କ ତରଫରୁ ଧାର୍ଯ୍ୟ କରାଯାଇଥିବା ସର୍ବୋଚ୍ଚ ଖର୍ଚ୍ଚର ପରିମାଣ ହେଉଛି;ବଡରାଜ୍ୟ- ସଂସଦୀୟ ପ୍ରାର୍ଥୀ- ସର୍ବୋଚ୍ଚ- ୯୦ଲକ୍ଷ ଟଙ୍କା,ବଡରାଜ୍ୟ- ବିଧାନସଭା ପ୍ରାର୍ଥୀ – ସର୍ବୋଚ୍ଚ- ୪୦ ଲକ୍ଷ ଟଙ୍କାସାନରାଜ୍ୟ- ସଂସଦୀୟ ପ୍ରାର୍ଥୀ- ସର୍ବୋଚ୍ଚ -୭୫ ଲକ୍ଷ ଟଙ୍କାସାନରାଜ୍ୟ- ବିଧାନସଭା ପ୍ରାର୍ଥୀ – ସର୍ବୋଚ୍ଚ-୨୫ ଲକ୍ଷ ଟଙ୍କା କିନ୍ତୁ, ଏସବୁ ସହିତ ବିଭିନ୍ନ ଦଳଗୁଡ଼ିକ ପ୍ରାର୍ଥୀମାନଙ୍କପାଇଁ ମନଇଛାଯେତେ ଚାହିଁବେ ସେତେ ଖର୍ଛ କରିପାରିବାର ବ୍ୟବସ୍ଥା ଅଛି।ତେଣୁ ପ୍ରାର୍ଥୀମାନଙ୍କ ବାବଦରେ କୋଟି କୋଟି ଟଙ୍କାର ଖର୍ଛହେଉଥିବା ସ୍ଥଳେ, ସେମାନେ ବଡସାଆନ୍ତେଙ୍କ ” ଗାଈ ମୂଲ୍ୟ ୨୦୦ ଟଙ୍କାଫର୍ମୁଲାରେ ନିଜ ଖର୍ଛକୁ ନିର୍ବାଚନ କମିଶନ ନିର୍ଧାରିତ କରିଥିବା ସର୍ବୋଚ୍ଚ ଖର୍ଛ ସୀମାର ତଳେ ଦର୍ଶେଇ କମିଶନଙ୍କ ନିକଟରେ ବ୍ୟୟ ବିବରଣୀ ଦାଖଲ କରନ୍ତି” ଓ ଅନ୍ୟାନ୍ୟ ବହୁତ ଖର୍ଛ ” ବିଲେଇ ମୂଲ୍ୟ ଆଧାରରେ ଦଳୀୟ ଖର୍ଛ ହୋଇ ହିସାବକୁ ଆସେନାହିଁ”।ଯେଉଁ ବଡମୁଣ୍ଡରୁ ଏପରି ବୁଦ୍ଧି ବାହାରିଛି, ତାଙ୍କ ଉଦ୍ଦେଶ୍ୟରେ ଶତକୋଟି ପ୍ରଣାମ ଅର୍ପଣ କରାଯାଉ।ମହାରାଷ୍ଟ୍ର ଓ ଝାଡଖଣ୍ଡରେ ଜିତିବେ କିଏ? ……..ଆଉ କିଏ, (୧)ଯେଉଁ ଦଳଙ୍କ ପାଖେ ସର୍ବୋଚ୍ଚ ଥାଏ+ ,(୨)ବଢିଆ ବଢିଆ ମନୋମୁଗ୍ଧକାରୀ ସ୍ଲୋଗାନ ସମୂହ +,(୩) ସବୁ ମାଗଣାରେ ପ୍ରତିଶୃତି +, (୪) ବଡ଼ବଡ଼ିଆ ସାଆନ୍ତଗଣ ଯାହାଙ୍କ ପଟେ, ସେ ହିଁ ଜିତିବା ଥୟ
” ତୁଷାରକାନ୍ତର ମୁଣି
ନିଅନ୍ତୁ ସେଥିରୁ ଛାଣି”—😯—
ଆଜି ମୁଣି ଦେଲା କାନରେ କହି
ମହାରାଷ୍ଟ୍ର, ଝାଡ଼ଖଣ୍ଡ ଭୋଟ ଆଜି ତ ଥାଇ
ତୁଷାରକାନ୍ତେ ଆହେ ତୁଷାରକାନ୍ତେ
“ଗାଈ ଓ ବିଲେଇ ଉପାଖ୍ୟାନ” ସହ ଫଳାଫଳ ଦିଅ ଥୋଇ,
ଆହେ ତୁଷାରକାନ୍ତେ, ଫଳାଫଳ ଦିଅ ଥୋଇ”
……. 🐄 🐈……
ତେଣୁ ପ୍ରଥମରେ:- ” ଗାଈ ଓ ବିଲେଇ ଉପାଖ୍ୟାନ” ସହିତ “ଭୋଟ”ର ସଂପର୍କ ବାବଦରେ ସମ୍ୟକ ବର୍ଣନା।
ପାଖାପାଖି ୪୦ ବର୍ଷ ତଳର ଘଟଣା।କଣ୍ଠି , ସଦାକୁ ବାହା ହୋଇ ସଦା ଘରକୁ ଆସିଲାବେଳେ କଣ୍ଠିଘର ତରଫରୁ ଗୋଟିଏ ଜର୍ସୀଗାଈ ଦିଆଯାଇଥିଲା, କଣ୍ଠିର ଛୁଆ ହେଲେ କ୍ଷୀର ଯୋଗାଇବାପାଇଁ।
କିନ୍ତୁ, ନୁଆ ପରିବେଶରେ ଗାଈଟି ହଜିଗଲା ଓ ସଦା ବହୁତ ଖୋଜାଖୋଜି କରି ତା’କୁ ନପାଇ ନିଜ ପରାମର୍ଶଦାତା ସରୋଜ ସାନସାଆନ୍ତେଙ୍କ ପାଖକୁ ଯାଇ ପରାମର୍ଶ ଲୋଡିଲେ।
ସରୋଜ ସାନସାଆନ୍ତେ ମହାଧୂର୍ତ୍ତ ଚରିତ୍ରର । ସେ କହିଲେ,
ଆରେ ସଦା, ତୋର ତ ପିଲାପିଲି ହେଉ ନାହାନ୍ତି ଓ ଡାକ୍ତର କହିଛନ୍ତି କଣ୍ଠିର ଗାଇନିକ ଅସୁବିଧା ଥିବାରୁ ହେବେ ନାହିଁ। ତେଣୁ ତୁ ମହାଦେବଙ୍କ ପାଖରେ ମାନସିକ କର ଯେ ” ଗାଈ ମିଳିଲେ ତାକୁ ବିକି, ବିକ୍ରି ଅର୍ଥର ଅଧାରେ ମହାଦେବଙ୍କ ମନ୍ଦିରରେ ମେଳା କରିବୁ। ବାକି ଅଧେରୁ ୪୦% ମୋତେ ମୋର ଉପଦେଶ ପାଇଁ ଦେବୁ ଓ ବାକି ୬୦% ତୁ ରଖିବୁ”।
ସଦା ସେ ଅନୁସାରେ ମାନସିକ କଲା ଓ ଗାଈଟି ମିଳିଗଲା।
ସେତେବେଳକୁ ଗାଈଟିର ବିକ୍ରିମୂଲ୍ୟ ୨୦୦୦ଟଙ୍କା ପାଖାପାଖି ଥାଏ।
ମହାଦେବଙ୍କ ପାଖରେ ୧୦୦୦ଟଙ୍କା ଖର୍ଚ୍ଚ,ବାକି ହଜାରେରୁ ସାଆନ୍ତେଙ୍କ କମିଶନି ୪୦୦ଟଙ୍କା ( ସାଆନ୍ତେଙ୍କର ମନ୍ଦିର ପୁଜକଙ୍କ ସହିତ ସଲାସୁତୁରା ଥିବାରୁ, ମାନସିକ କଲାବାଲାଙ୍କ ଖର୍ଚ୍ଚରୁ ସେଠୁ ବି କିଛି କମିଶନି ମିଳେ)ଓ ନିଜେ ପାଇବ ୬୦୦, ଏକଥା ସଦା ଓ କଣ୍ଠିଙ୍କୁ ହଜମ ନ ହେବାରୁ
ସେମାନେ ଯାଇ ବଡସାଆନ୍ତେ ଗୈ।ରିଶଙ୍କରଙ୍କ ପାଖରେ ପହଞ୍ଚିଲେ। କଣ୍ଠି ଲମ୍ବ ହୋଇ ବଡସାଆନ୍ତେଙ୍କ ଗୋଡତଳେ ପଡ଼ି “ରକ୍ଷାକର”ବୋଲି କହି,
ଟଙ୍କା ୨୦୦ ଥୋଇଦେଲେ। ବଡ଼ସାଆନ୍ତେ ” ହଉ ହଉ ଉଠ, କଣ ହେଇଛି କହ”, ବୋଲି କୁହନ୍ତେ, ସଦା ସବୁକିଛି ବଖାଣି ଦେଲେ।
ବଡ଼ସାଆନ୍ତେ ହସି ହସି କହିଥିଲେ, ” ଆରେ ସଦା, ଆଜି କାହିଁକି କାମ ଅଧା ଅଧା” ବାବଦରେ ପଚାରିଥିଲୁ ଓ ମୋ ପରାମର୍ଶ ଯେମିତି କାମ ଦେଇଥିଲା, ସେମିତିଆ ପରାମର୍ଶଟିଏ ଆଜି ଦଉଛି”।
ତାପରେ ବଡସାଆନ୍ତେ କହିଥିଲେ, ଆରେ ସଦା, “ଗାଈର ଦାମ ୨୦୦ଟଙ୍କା ଓ ବିଲେଇ ଦାମ ୧୮୦୦ ଟଙ୍କା ତଥା ଯିଏ ଗାଈ କିଣିବ, ସିଏ ବିଲେଇ କିଣିବାକୁ ବାଧ୍ୟ” ଭଳି ସର୍ତ୍ତ ରଖି ଗାଈଟିକୁ ବିକି ଦେଲେ ସମସ୍ୟାର ସମାଧାନ ହୋଇଯିବ।
ସଦା ” ୱହା ବଡସାଆନ୍ତେ ୱହା” କହି, ତାଙ୍କୁ ଆଉ ୧୦୦ ଟଙ୍କା ଦେଇ, ଗାଈକୁ ୨୦୦ରେ ଓ ବିଲେଇକୁ ୧୮୦୦ଟଙ୍କାରେ ବିକିଲେ। ଗାଈ ଦାମ୍
୨୦୦ରୁ ମନ୍ଦିରରେ ୧୦୦ ଓ ସରୋଜ ସାଆନ୍ତେଙ୍କୁ ୪୦ ଦେଇ ସମୁଦାୟ
୧୫୬୦ ଟଙ୍କା ପାଇଲେ।(ବଡ଼ସାଆନ୍ତେ ୩୦୦+ମନ୍ଦିର ୧୦୦+ସାନସାଆନ୍ତେ ୪୦ =୪୪୦ ଖର୍ଚ୍ଚ। ୨୦୦୦-୪୪୦=୧୫୪୬୦ସଦାର)।
ଏକଥା ସରୋଜ ସାଆନ୍ତେ ଜାଣି ବଡସାଆନ୍ତେଙ୍କ
ଉଦ୍ଦେଶ୍ୟରେ ,” ହଉ, ମୋ ବେଳ ପଡ଼ିଲେ ପାନେ ଦେବି” କହି ଓ
ରବେଇ ଖବେଇ ହୋଇ ରହିଲେ, କାରଣ ତାଙ୍କ ଫର୍ମୂଲାରେ ସଦା ଯାଇଥିଲେ, ମନ୍ଦିରକୁ ୧୦୦୦ ଓ ସାନସାଆନ୍ତେଙ୍କୁ ୪୦୦ ଦେଇ ନିଜେ ପାଇଥାଆନ୍ତେ ମାତ୍ର ୬୦୦ ଟଙ୍କା। ସାନସାଆନ୍ତେଙ୍କୁ ୪୦୦+ ମନ୍ଦିରରୁ କମିଶନ ୨୦୦, ସମୁଦାୟ ୬୦୦ ବଦଳରେ ମାତ୍ର ୪୦ ଟଙ୍କା ମିଳିଥିବାରୁ,
ସେ ରବେଇ ଖବେଇ ହେବା ଯାୟଜ ଥିଲା।
ଭୋଟ ସହିତ ଏହାର ସଂପର୍କ:-
………
ଭାରତର ନିର୍ବାଚନ କମିଶନଙ୍କୁ ତରଫରୁ ସଂସଦୀୟ ଓ ବିଧାନସଭା ନିର୍ବାଚନ ପାଇଁ ପ୍ରାର୍ଥୀମାନଙ୍କ ତରଫରୁ ଧାର୍ଯ୍ୟ କରାଯାଇଥିବା
ସର୍ବୋଚ୍ଚ ଖର୍ଚ୍ଚର ପରିମାଣ ହେଉଛି;
ବଡରାଜ୍ୟ- ସଂସଦୀୟ ପ୍ରାର୍ଥୀ- ସର୍ବୋଚ୍ଚ- ୯୦ଲକ୍ଷ ଟଙ୍କା,
ବଡରାଜ୍ୟ- ବିଧାନସଭା ପ୍ରାର୍ଥୀ – ସର୍ବୋଚ୍ଚ- ୪୦ ଲକ୍ଷ ଟଙ୍କା
ସାନରାଜ୍ୟ- ସଂସଦୀୟ ପ୍ରାର୍ଥୀ- ସର୍ବୋଚ୍ଚ -୭୫ ଲକ୍ଷ ଟଙ୍କା
ସାନରାଜ୍ୟ- ବିଧାନସଭା ପ୍ରାର୍ଥୀ – ସର୍ବୋଚ୍ଚ-୨୫ ଲକ୍ଷ ଟଙ୍କା
କିନ୍ତୁ, ଏସବୁ ସହିତ ବିଭିନ୍ନ ଦଳଗୁଡ଼ିକ ପ୍ରାର୍ଥୀମାନଙ୍କପାଇଁ ମନଇଛା
ଯେତେ ଚାହିଁବେ ସେତେ ଖର୍ଛ କରିପାରିବାର ବ୍ୟବସ୍ଥା ଅଛି।
ତେଣୁ ପ୍ରାର୍ଥୀମାନଙ୍କ ବାବଦରେ କୋଟି କୋଟି ଟଙ୍କାର ଖର୍ଛ
ହେଉଥିବା ସ୍ଥଳେ, ସେମାନେ ବଡସାଆନ୍ତେଙ୍କ ” ଗାଈ ମୂଲ୍ୟ ୨୦୦ ଟଙ୍କା
ଫର୍ମୁଲାରେ ନିଜ ଖର୍ଛକୁ ନିର୍ବାଚନ କମିଶନ ନିର୍ଧାରିତ କରିଥିବା ସର୍ବୋଚ୍ଚ ଖର୍ଛ ସୀମାର ତଳେ ଦର୍ଶେଇ କମିଶନଙ୍କ ନିକଟରେ ବ୍ୟୟ ବିବରଣୀ ଦାଖଲ କରନ୍ତି” ଓ ଅନ୍ୟାନ୍ୟ ବହୁତ ଖର୍ଛ ” ବିଲେଇ ମୂଲ୍ୟ ଆଧାରରେ
ଦଳୀୟ ଖର୍ଛ ହୋଇ ହିସାବକୁ ଆସେନାହିଁ”।
ଯେଉଁ ବଡମୁଣ୍ଡରୁ ଏପରି ବୁଦ୍ଧି ବାହାରିଛି, ତାଙ୍କ ଉଦ୍ଦେଶ୍ୟରେ ଶତକୋଟି ପ୍ରଣାମ ଅର୍ପଣ କରାଯାଉ।
ମହାରାଷ୍ଟ୍ର ଓ ଝାଡଖଣ୍ଡରେ ଜିତିବେ କିଏ?
……..
ଆଉ କିଏ,
(୧)ଯେଉଁ ଦଳଙ୍କ ପାଖେ ସର୍ବୋଚ୍ଚ ଥାଏ+ ,
(୨)ବଢିଆ ବଢିଆ ମନୋମୁଗ୍ଧକାରୀ ସ୍ଲୋଗାନ ସମୂହ +,
(୩) ସବୁ ମାଗଣାରେ ପ୍ରତିଶୃତି +,
(୪) ବଡ଼ବଡ଼ିଆ ସାଆନ୍ତଗଣ ଯାହାଙ୍କ ପଟେ,
ସେ ହିଁ ଜିତିବା ଥୟ।