Spread the love

ତୁମକୁ କିଏ କଣ କହୁଛି ତାହା ଶୁଣି କେବେ ବିଚଳିତ ହୁଅ ନାହିଁ,କାରଣ ହୀରାକୁ କିଏ କାଚ କହିଦେଲେ ହୀରା କେବେ କାଚ ହେଇଯାଏ ନାହିଁ।

ଆମକୁ ଆମ ଭାଗ୍ଯ ନିଜକୁ ଲେଖିବାକୁ ପଡିବ,ଏହା କୌଣସି ଚିଠି କି ଦରଖାସ୍ତ ନୁହେଁ ଯେ ଅନ୍ୟ କାହାଦ୍ବାରା ଲେଖେଇ ପାରିବ।

ଭଲ ଜାଗାରେ ପହଞ୍ଚିବାପାଇଁ ଖରାପ ପରିସ୍ଥିତି ଦେଇ ଯିବାକୁ ପଡ଼େ। ଉତ୍ତମ ସମୟକୁ ଅପେକ୍ଷା କର,ଧୈର୍ଯ୍ୟ ଧର; ସଠିକ ସମୟରେ ଠିକ ଫଳ ମିଳିବ।

ଛୋଟ ଛୋଟ ଖୁସି ହିଁ ମଣିଷକୁ ବଞ୍ଚିବାପାଇଁ ପ୍ରେରଣା ଯୋଗାଇଥାଏ। ଆଉ ଛୋଟ ଛୋଟ ପ୍ରତ୍ୟାଶା ହିଁ ମଣିଷକୁ ଦୁଃଖରେ କନ୍ଦେଇଦିଏ।

       

ଭଲ ସମୟକୁ ଲଗାଅ ମହତ୍ତ୍ୱେ
ହାତଛଡା କରନାହିଁ,
ଖରାପ ସମୟେ ଶ୍ରେଷ୍ଠ ଅନୁଭୂତି
ଜୀବନ ଜ୍ଞାନ ମିଳଇ ।

ଜୀବନରେ ଦୁଇ ଜଣଙ୍କ ପଛରେ କେବେ ବି ଦୌଡ଼ିବ ନାହିଁ । ଦୌଡ଼ୁଥିବା ଘୋଡ଼ା ଆଉ ଟଙ୍କା ବାଲା ମଣିଷ । ଏମାନେ ଯେ କୌଣସି ସମୟରେ ଗୋଇଠା ମାରି ପାରନ୍ତି ।

ଭଲ ପାଇବା ସେଇଠି ଥାଏ…..
ଯେଉଁଠି ଆଖିରୁ ଯନ୍ତ୍ରଣା ପଢିହୁଏ……।

ଜୀବନ ଏକ ଗୋଟେ ରଙ୍ଗ ମହଲ, ଏଠି ଭଲ କାମ କଲେ ଗାଳି ଏବଂ ଖରାପ୍ କାମ କଲେ ତାଳି । ସମସ୍ତେ ସମସ୍ତଙ୍କ Acting ରେ Busy ଯିଏ ଯେତେ ଭଲ Acting କରିବେ ସିଏ ସେତେ ଲୋକ ମାନଙ୍କୁ ନିଜର କରି ପାରିବେ….।

               

Leave a Reply

Your email address will not be published. Required fields are marked *