Spread the love

ଗୋପ କଲେଜ ପରିସରରେ ମାରପିଟ୍ ; କଲେଜ ଛାତ୍ରଙ୍କୁ ଗୋଡାଇ ଗୋଡାଇ ପିଟିଲେ ଅଣଛାତ୍ର , ଅଣଛାତ୍ରଙ୍କୁ ବିଲରୁ କାବୁ କଲା ପୁଲିସ ।

କଲେଜ ପରିସରରେ ଛାତ୍ର ଓ ଅଣଛାତ୍ରଙ୍କ ମଧ୍ୟରେ ଖଣ୍ଡଯୁଦ୍ଧ। ଛାତ୍ରଙ୍କୁ ଗୋଡାଇ ଗୋଡାଇ ପିଟିଲେ ଅଣଛାତ୍ର । ଗୋପ ମହାବିଦ୍ୟାଳୟରେ ଘଟିଛି ଏହି ଅଭାବନୀୟ ଘଟଣା ।

ଅଣଛାତ୍ରଙ୍କ ମାଡ଼ରେ ଗୋପ ମହାବିଦ୍ୟାଳୟର ଛାତ୍ର ଆହତ ହୋଇଛନ୍ତି । ଯାହାକୁ ନେଇ କଲେଜ କ୍ୟାମ୍ପସରେ ଉତ୍ତେଜନା ଦେଖାଦେଇଛି । ସେପଟେ ଆହତ ଛାତ୍ରଙ୍କୁ ଗୋପ ସ୍ୱାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି କରାଯାଇଛି । ମାରପିଟ ଖବର ପାଇବା ପରେ ଗୋପ ପୁଲିସ କଲେଜ କ୍ୟାମ୍ପସରେ ପହଞ୍ଚି ପଚରାଉଚରା କରିଛି । ଛାତ୍ରଙ୍କୁ ମାରପିଟ କରିବା ପରେ ଅଣଛାତ୍ରମାନେ କ୍ୟାମ୍ପସ ପରିସରରୁ ଚମ୍ପଟ ମାରିଥିଲେ । ହେଲେ ସ୍ଥାନୀୟ ଅଂଚଳର କିଛି ଲୋକ ଆକ୍ରମଣ କରିଥିବା ଜଣେ ଅଣଛାତ୍ରଙ୍କୁ କାଦୁଅ ବିଲରେ ଗୋଡେଇ ଗୋଡ଼େଇ କାବୁ କରିଥିଲେ । ଏହାପରେ କାବୁ ଅଣଛାତ୍ରଙ୍କୁ ପୁଲିସ ଜିମାରେ ଲୋକ ଦେଇଛନ୍ତି । ତେବେ କେଉଁ କଥାକୁ ନେଇ ଛାତ୍ର ଓ ଅଣଛାତ୍ରଙ୍କ ମଧ୍ୟରେ ମାରପିଟ ହୋଇଥିଲା ତାହା ଜଣାପଡ଼ିନାହିଁ ।

Leave a Reply

Your email address will not be published. Required fields are marked *