Spread the love

ନିର୍ବାଚନ ପରେ ବିଜେଡି ଭାଙ୍ଗିଯିବ ଓ ଅନେତ ନେତା ବିଜେପିରେ ମିଶିବେ ବୋଲି ବିଜେପି ନେତା ଦମ୍ଭୋକ୍ତି ଦେଖାଇ ଆସୁଛନ୍ତି । ଅପରାଜିତା ଷଡଙ୍ଗୀ, ଜୁଏଲ ଓରାମ, ମନମୋହନ ସାମଲ ଓ ଜୟନାରାୟଣଙ୍କ ମିଶ୍ରଙ୍କ ଭଳି ହେଭିୱେଟ ନେତା ପ୍ରତ୍ୟେକ ଦିନ ଗଣମାଧ୍ୟମରେ ବୟାନ ରଖୁଛନ୍ତି । ଆଉ ଏହାରି ଭିତରେ ପୁଣି ବିଜେପିର ବରିଷ୍ଠ ନେତା ଜୟନାରାୟଣ ମିଶ୍ର ବିଜେଡିକୁ ତେରଛା ବାଣ ମାରିଛନ୍ତି ।

ଜୟନାରାୟଣ କହିଛନ୍ତି, ଅମିତ ଶାହଙ୍କ ଗୋଟିଏ ସିଟିରେ ଭାଙ୍ଗିଯିବ ବିଜେଡି । ବିଜେପି ଭାଙ୍ଗୁନି ବରଂ ବିଜେଡି ଭାଙ୍ଗୁଛି । ଆଉ ଏହାର କାଉଣ୍ଟର କରି ପ୍ରମିଳା ମଲ୍ଲିକ କହିଛନ୍ତି,  ବିଜେଡି ଆଜି ବି ଏକ ନମ୍ୱର ।  ଆଜି ନିର୍ବାଚନ ହେଲେ ବିଜେଡି ୧୪୦ ଆସନ ଜିତିବ, ବିଜେପି ଆଗ ନିଜ ଘର ସମ୍ଭାଳୁ । ବର୍ତମାନ ଯାହା ଚାଲୁଛି ତାହା ଟ୍ରେଲର ଆଗକୁ ଯାହା ନିଷ୍ପତ୍ତି ନିଆଯାଉଛି ବିଜେପି ର ଚିନ୍ତା ବଢେଇବ ଆସନ୍ତା 4 ନଭେମ୍ବର ରେ PMG ରେ ସାରା ଓଡିଶା ର ଛାତ୍ର ମାନଙ୍କ ଆନ୍ଦୋଳନ ସ୍ଟୁଡେଣ୍ଟସ ଏଗେନେଷ୍ଟ କରପସନ.

ନିଆଁରେ ଘିଅ ଢାଳିଲେ ବିଜେପି ମନ୍ତ୍ରୀ
ବିଜେପି ଯୋଗାଯୋଗରେ କେଉଁ ବଡ ନେତା?
ଜୟନାରାୟଣ ଓ ପ୍ରମିଳାଙ୍କ ବୟାନବାଜି ମଧ୍ୟରେ ନିଆଁରେ ଘିଅ ଢାଳିଛନ୍ତି ଯୋଗାଣ ମନ୍ତ୍ରୀ କୃଷ୍ଣ ପାତ୍ର । କହିଛନ୍ତି, ବିଜେଡି ଆଉ ଲୋକଙ୍କ ବିଶ୍ବାସଭାଜନ ହୋଇପାରିବ ନାହିଁ । ଆଗକୁ ଅନେକ ନେତା ବିଜେଡି ଛାଡି ବିଜେପିରେ ସାମିଲ ହେବେ । ବହୁତ ବଡ ବଡ ନେତା ବିଜେପି ସହ ଯୋଗାଯୋଗରେ ଅଛନ୍ତି  କହି ଚର୍ଚ୍ଚାକୁ ହାୱା ଦେଇଛନ୍ତି ମନ୍ତ୍ରୀ ।

ସୂଚନାଯୋଗ୍ୟ ଯେ, ବିଜେଡି ଭାଙ୍ଗିଯିବା ନେଇ ବିଜେପି-ବିଜେଡି ନେତାଙ୍କ ମଧ୍ୟରେ ବୟାନବାଜି ବଢୁଥିବାବେଳେ ବିରୋଧୀ ଦଳ ବିଜେଡିକୁ ବଡ ଝଟକା ଲାଗିଛି । ଢେଙ୍କାନାଳ ଗଁଦିଆ ବ୍ଲକ ଅଧ୍ୟକ୍ଷା ରୀନାରାଣୀ ଖଟୁଆ  ବିଜେଡି ଛାଡି ବିଜେପିରେ ସାମିଲ ହୋଇଛନ୍ତି । ତାଙ୍କ ସହ ବିଜେଡି ସମର୍ଥିତ ଅନେକ ସରପଞ୍ଚ ଓ ସମିତିସଭ୍ୟ ବି ବିଜେପିରେ ମିଶିଛନ୍ତି । 

Related Post

Leave a Reply

Your email address will not be published. Required fields are marked *