Spread the love

କଟକ :ରେଭେନ୍ସା ବିଶ୍ଵବିଦ୍ୟାଳୟ ପୁରାତନ ଛାତ୍ରଛାତ୍ରୀଙ୍କ ବନ୍ଧୁମିଳନ। ୧୮-୧୧-୨୪ ଓଡ଼ିଆ ସ୍ନାକୋତ୍ତର ପୁରାତନ ଛାତ୍ର ଛାତ୍ରୀଙ୍କ ବନ୍ଧୁ ମିଳନ କଟକ ସ୍ଥିତ ଜଗନ୍ନାଥ ହୋଟେଲ ରେ ଗତ ୧୭-୧୧-୨୪ ରେ ପାଳିତ ହୋଇଥିଲା।

ଏହି ଉଚ୍ଚବରେ ସଂଯୋଜକ ଭାବରେ ଶିକ୍ଷକ ସଂଘର୍ ରାଜ୍ୟ ସାଧାରଣ ସମ୍ପାଦକ ତଥା ବିଶିଷ୍ଟ ସମାଲୋଚକ Dr ବ୍ରଜ କିଶୋର ନାୟକ କାର୍ଯ୍ୟକ୍ରମ ପରିଚାଳନା କରିଥିଲେ।ଏଥିରେ ରାଜ୍ୟର ବିଭିନ୍ନ ପ୍ରାନ୍ତରୁ ପ୍ରାକ୍ତନ ଛାତ୍ରଛାତ୍ରୀ ମାନେ ଯୋଗ ଦେବା ସହିତ ସାହିତ୍ୟର ବିଭିନ୍ନ ଦିଗ ଉପରେ ଆଲୋଚନା କରିଥିଲେ।

ସାଂପ୍ରତିକ ଓଡ଼ିଆ ସାହିତ୍ୟର ଅବକ୍ଷୟ ଓ ପାଠକୀୟ ରୁଚି ଠାରୁ ଦୂରେଇ ଯାଉଛନ୍ତି,ସାହିତ୍ୟର ଦୂର୍ବୋଧ ଓ ନାଗ୍ନତା ବା ଅସ୍ଲିଲତା ଶବ୍ଦ ସଂଯୋଜନା ପରିପ୍ରକାଶ ଘଟିବାରୁ ସାହିତ୍ୟ ଆହୁରି ଜଟିଳ ହେବାକୁ ଲାଗୁଛି ବୋଲି ମତ ପ୍ରକାଶ ପାଇଥିଲା।ବ୍ୟକ୍ତିଗତ ସ୍ତରରେ ନିଜର autobiography ଲେଖିବାକୁ ପ୍ରାଧାନ୍ୟ ଦିଆଯାଇଥିଲା।ଏହି ଉଛବ ରେ ପ୍ରାକ୍ତନ ପ୍ରଫେସର ତଥା ବିଶିଷ୍ଟ ସମାଲୋଚକ Dr ବାସନ୍ତୀ ଦାଶ ଦୁରଭାସ ମାଧ୍ୟମରେ ସମସ୍ତଙ୍କର ଦୀର୍ଘଜୀବନ କାମନା କରିଥିଲେ। ପ୍ରଫେସର ସୁରେନ୍ଦ୍ର ନାଥ ମହାରଣା ଓ ସାହିତ୍ୟ ଏକାଡେମୀ ର ସଭାପତି Dr ହୃଷୀକେଶ ମଲିକ ପଠାଇଥିବା ବାର୍ତ୍ତା ପାଠ କରାଯାଇଥିଲା।

ଏଥିରେ ସ୍ଵଳିଖିତ କବିତା ପାଠ କରାଯାଇଥିଲା ଏବଂ ନିଜ ନିଜର ପୁରୁଣା ସ୍ମୃତିକୁ ରୋମ ନ୍ତନ କରିଥିଲେ ।ଆସନ୍ତା ଜାନୁଆରୀ ମାସରେ କେନ୍ଦୁଝର ଜିଲ୍ଲାର ବିଭିନ୍ନ ଦର୍ଶନୀୟ ସ୍ଥାନ ଏବଂ ରକ୍ତ ତୀର୍ଥ ଏରମ୍ କୁ ପରିଦର୍ଶନ ରେ ଯିବା ପାଇଁ ନିଷ୍ପତି ନିଆଯାଇଥିଲା।ଏହି ଉଚ୍ଚବ ରେ Dr ବ୍ରଜକିଶୋର ନାୟକ,Dr ପ୍ରଶାନ୍ତ ରଥ,Dr ରବୀନ୍ଦ୍ର ନାଥ ମହାରଣା,ପ୍ରତାପ କୁମାର ହାତୀ,ବିରଜା ନନ୍ଦ ମହାନ୍ତି,ପ୍ରଦୀପ କର,ସୁରେଶ ପରିଡ଼ା,ସୁରେନ୍ଦ୍ର ନାୟକ,Dr ତନ୍ମୟ କବି,ଶ୍ରୀମତୀ କଳ୍ପନା ମିଶ୍ର,ବୈଜୟନ୍ତୀ ମାଲା ମହାନ୍ତି,ଅପରାଜିତା ବେହୁରା,Dr ସୁବାସ ଚନ୍ଦ୍ର ବିଶ୍ବାଳ,ଅଜୟ କୁମାର ଦାଶ, ପ୍ରାଧ୍ୟାପକ ଭାଗିରଥି ପଳାଇ,Dr ଗୌତମ ନାୟକ ଯୋଗ ଦେଇ ବନ୍ଦୁ ମିଳନ ର ସଫଳତା କାମନା କରିଥିଲେ।

Leave a Reply

Your email address will not be published. Required fields are marked *