Spread the love

କଟକ ବଡ଼ ଡାକ୍ତରଖାନାର ଡାକ୍ତର ଦିଲବାଗ ସିଂ ଠାକୁରଙ୍କ ଘୃଣ୍ୟ କାରନାମାର ପ୍ରମାଣ ଠୁଳ କରୁଛି ପୋଲିସ । ପୀଡ଼ିତାଙ୍କ ବୟାନ ଓ ପାରିପାର୍ଶ୍ବିକ ତଥ୍ୟ ପ୍ରମାଣରୁ ଜଣାପଡ଼ିଛି, ଡାକ୍ତର ଦିଲବାଗ ଉଦ୍ଦେଶ୍ୟମୂଳକ ଭାବେ ଏଭଳି କାଣ୍ଡ ଭିଆଇଛନ୍ତି । ଅତିରିକ୍ତ ଡିସିପି କହିଛନ୍ତି, ଯେଉଁ ସନ୍ଦେହଗୁଡ଼ିକ ଉପରେ ପୋଲିସ ତଦନ୍ତ କରିଥିଲା, ତାହା ପ୍ରମାଣିତ କରିଛି ଯେ ଡାକ୍ତରଙ୍କ ବିରୋଧରେ ଆସିଥିବା ଦୁଷ୍କର୍ମ ଅଭିଯୋଗର ସତ୍ଯତା ରହିଛି ।

ସନ୍ଦେହ ନଂ-୧
ଶୁକ୍ରବାର ବଦଳରେ ରବିବାର ଦିନ ଦୁଇ ମହିଳାଙ୍କ ଇକୋ ପରୀକ୍ଷା ପାଇଁ ଡାକିଥିଲେ ଡାକ୍ତର ଦିଲବାଗ ।

ସନ୍ଦେହ ନଂ-୨
ମହିଳା କର୍ମଚାରୀ ବା ମହିଳା ଟେକ୍ନିସିଆନଙ୍କ ବିନା ଉପସ୍ଥିତିରେ ECHO ପରୀକ୍ଷା କରାଇଥିଲେ ।

ସନ୍ଦେହ ନଂ-୩
ମହିଳାଙ୍କ ସଂପର୍କୀୟ ଜଣେ ଡାକ୍ତର ହୋଇଥିଲେ ମଧ୍ୟ ତାଙ୍କୁ ବାହାରେ ରହିବାକୁ କହିଥିଲେ ଡାକ୍ତର ଦିଲବାଗ ।

ସନ୍ଦେହ ନଂ-୪
ସାଧାରଣତଃ ECHO ପରୀକ୍ଷା ୧୫ ମିନିଟ୍‌ରେ ଶେଷ ହୁଏ କିନ୍ତୁ ଅଭିଯୁକ୍ତ ଡାକ୍ତର ଏଥିପାଇଁ ୩୦ ମିନିଟ୍‌ ସମୟ ନେଇଥିଲେ ।

ସନ୍ଦେହ ନଂ-୫
ଦୁଇ ଜଣ ରୋଗୀ ମହିଳା ହୋଇଥିବାରୁ ପରୀକ୍ଷା ବେଳେ ଜଣଙ୍କୁ ପାଖରେ ରଖି ପାରିଥାଆନ୍ତେ ଡାକ୍ତର । କିନ୍ତୁ ସେ ତାହା କରି ନ ଥିଲେ ।

ଅତିରିକ୍ତ ଡିସିପି କହିଛନ୍ତି, ଡାକ୍ତର ଦିଲବାଗଙ୍କ ବିରୋଧରେ ଷଡ଼ଯନ୍ତ୍ର କରି ଫସାଇ ଦିଆଯାଇଥିବା ନେଇ ତାଙ୍କ ପରିବାର ଯେଉଁ ଅଭିଯୋଗ ଆଣିଛି, ତାହା ସଂପୂର୍ଣ୍ଣ ମିଥ୍ୟା । ଡାକ୍ତର ଦିଲବାଗ ପୂର୍ବରୁ ଏପରି କିଛି କାଣ୍ଡ ଭିଆଇଛନ୍ତି କି ନାହିଁ ସେ ଦିଗରେ ଅଧିକ ତଦନ୍ତ ଚାଲୁ ରହୁଛି ।

ସେପଟେ ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ଗଠିତ ତିନି ଜଣିଆ କମିଟି ସରଜମିନ ତଦନ୍ତ ଜାରି ରଖିଛି । DMET, ଯୁଗ୍ମ DMET ଏବଂ ଏସ୍‌ସିବି ମେଡିକାଲ ଅଧୀକ୍ଷକ କାର୍ଡିଓଲୋଜି ବିଭାଗର ମୁଖ୍ୟ, FMT ବିଭାଗ ଓ ଅନ୍ୟାନ୍ୟ ପରୀକ୍ଷା ନିରୀକ୍ଷା କରିଥିବା ଡାକ୍ତରଙ୍କୁ ପଚରାଉଚରା କରିଛନ୍ତି ।

Leave a Reply

Your email address will not be published. Required fields are marked *