Spread the love

ଖାନନଗର ସରକାରୀ ଉଚ୍ଚବିଦ୍ୟାଳୟ ର ପ୍ରଧାନଶିକ୍ଷକ ଙ୍କ ଅବସରକାଳୀନ ସମ୍ବର୍ଦ୍ଧନା ଉତ୍ସବ
କଟକ : ଖାନନଗର ସରକାରୀ ଉଚ୍ଚବିଦ୍ୟାଳୟ ର ପ୍ରଧାନଶିକ୍ଷକ ଅକ୍ଷୟ କୁମାର ଷଡ଼ଙ୍ଗୀ ଙ୍କ ଅବସର ଗ୍ରହଣ ଦିବସରେ ବିଦ୍ୟାଳୟରେ ଏକ ବନ୍ଧୁମିଳନ ଓ ଭବ୍ୟ ସମ୍ବର୍ଦ୍ଧନା ଉତ୍ସବ ମହାସମାରୋହରେ ଅନୁଷ୍ଠିତ ହୋଇ ଯାଇଛି ! ଏହି ଉତ୍ସବ ସକାଳ ରୁ ଅପରାହ୍ନ ପର୍ଯ୍ୟନ୍ତ ବିଭିନ୍ନ ଆକର୍ଷଣୀୟ କାର୍ଯ୍ୟକ୍ରମ ମାଧ୍ୟମରେ ପାଳିତ ହୋଇଥିଲା ! ଦେବପୁଜନ, ପ୍ରଣାମ ଗୁରୁଜୀ, ବୃକ୍ଷରୋପଣ, ପ୍ରତିଭା ସମ୍ବର୍ଦ୍ଧନା ସହିତ ବିଦାୟୀ ପ୍ରଧାନ ଶିକ୍ଷକ ଅକ୍ଷୟ କୁମାର ଷଡ଼ଙ୍ଗୀ ଙ୍କୁ ସମୂହ ସମ୍ବର୍ଦ୍ଧନା ପ୍ରଭୃତି ଦିବସ ବ୍ୟାପି କାର୍ଯ୍ୟକ୍ରମ ମାଧ୍ୟମ ରେ ରେ ଶ୍ରୀଯୁକ୍ତ ଷଡ଼ଙ୍ଗୀ ଙ୍କ ସମର୍ପିତ ସେବାପାଇଁ ବିଭିନ୍ନ ବର୍ଗରୁ ଉଚ୍ଛୱଶିତ ସମ୍ବର୍ଦ୍ଧନା ଜ୍ଞାପନ କରଯାଇଥିଲା !

ଭାରତୀୟ ପ୍ରଶାସନିକ ଅଧିକାରୀ ଶ୍ରୀଯୁକ୍ତ ତ୍ରିଲୋଚନ ପ୍ରଧାନ, ଜିଲ୍ଲା ଶିକ୍ଷା ଅଧିକାରୀ ଡ ସନ୍ତୋଷ କୁମାର ରାଉତ, ଅତିରିକ୍ତ ଜିଲ୍ଲା ଶିକ୍ଷା ଅଧିକାରୀ ସୋନାମିକା ରାୟ, ପ୍ରୋଫେସର ଡ ନଟବର ଶତପଥୀ, ଭୁବନେଶ୍ୱର ନାଇଜର ର କୁଳସଚିବ ଡ ଅଭୟ କୁମାର୍ ନାୟକ, ଡ ଭାଗବତ ଶୁକ୍ଳ, ପ୍ରୋଫେସର ଡ ଭୁବନାନନ୍ଦ ସାହୁ,ଲୋକ ଶିକ୍ଷା ଅଧିକାରୀ ସରସ୍ୱତୀ କାନୁନଗୋ, ବିଜ୍ଞାନ ସୂପର୍ଭାଇଯର ଅକ୍ଷୟ କୁମାର ନନ୍ଦ,ରୋଟାରୀଆନ୍ ଆଲୋକ କୁମାର ସାହୁ, ପ୍ରଫେସର ଡ. କଲିମୁଲ୍ଲା,ପୂରାତନ ଛାତ୍ର ଏବଂ ପୂର୍ବାଞ୍ଚଳ ଶାନ୍ତି କମିଟି ସମ୍ପାଦକ ପ୍ରଫୁଲ୍ଲ କୁମାର ସାହୁ, ଆଡଭୋକେଟ୍ ପ୍ରିୟବ୍ରତ ମିଶ୍ର, ଅଧ୍ୟାପକ ଡ ସଚ୍ଚିଦାନନ୍ଦ ପ୍ରଧାନ, ଶିକ୍ଷାବିତ ସରୋଜକାନ୍ତ ମହାପାତ୍ର, ଚୌ ରମlକlନ୍ତ ପ୍ରହରାଜ,ଅଧ୍ୟାପକ ଡ ବିଜୟ କୁମାର ରାଉତ, ସାହିତ୍ୟ ସଂଗଠକ ପନ୍ନଗଭୂଷଣ ଦାସ, ଅଧ୍ୟାପକ ଅଜିତ୍ କୁମାର ମହାପାତ୍ର ଓ କେଶବ ଚନ୍ଦ୍ର ସାହୁ , ସୁକାନ୍ତ ଚନ୍ଦ୍ର ଷଡ଼ଙ୍ଗୀ ପ୍ରମୁଖ ବରେନ୍ୟ ଅତିଥି ମାନେ ଉପସ୍ଥିତ ରହି ପୂର୍ବତନ ପ୍ରଧାନ ଶିକ୍ଷକ ଶିକ୍ଷୟିତ୍ରୀ, ପୂରାତନ ଛାତ୍ରଛାତ୍ରୀ ଏବଂ ପ୍ରତିଭାସମ୍ପନ୍ନ ଛାତ୍ର ଛାତ୍ରୀ ମାନଙ୍କୁ ସମ୍ୱର୍ଦ୍ଧିତ କରିବା ସହିତ ବିଦାୟୀ ପ୍ରଧାନ ଶିକ୍ଷକଙ୍କ ତ୍ୟାଗ ନିଷ୍ଠା ସେବା ଓ ପ୍ରଶଂସନୀୟ କାର୍ଯ୍ୟ ସମୁହ ପାଇଁ ଭୂୟସୀ ପ୍ରଶଂସା କରିଥିଲେ ଏବଂ ସମ୍ବର୍ଦ୍ଧନା ଜ୍ଞାପନ କରିଥିଲେ ! ଏହି ଅବସରରେ ଶ୍ରୀଯୁକ୍ତ ଷଡ଼ଙ୍ଗୀ ଙ୍କୁ ଛାତ୍ର ଛାତ୍ରୀ, ଶିକ୍ଷକ ଶିକ୍ଷୟିତ୍ରୀ, ବିଭିନ୍ ସ୍କୁଲ୍ ର ପ୍ରଧାନ ଶିକ୍ଷକ ଶିକ୍ଷୟିତ୍ରୀ, ପୂରାତନ ଛାତ୍ରଛାତ୍ରୀ,ଅଭିଭାବକ ଅଭୀଭାବିକା, ବିଭିନ୍ନ କମିଟି ର ସଭ୍ୟ ସଭ୍ୟା,ସି ଆର ସି ସି ଏବଂ ସ୍ଥାନିୟ ଜନସାଧାରଣ ବିଦାୟୀ ପ୍ରଧାନ ଶିକ୍ଷକ ଙ୍କୁ ବିଭିନ୍ନ ମୂଲ୍ୟବାନ ଉପହାର, ସାଲ,ଉତ୍ତରୀୟ , ମାନପତ୍ର ଉପଢୌକନ ଏବଂ ପୁଷ୍ପଗୁଚ୍ଛ ପ୍ରଦାନ କରି ସମ୍ୱର୍ଦ୍ଧିତ କରିଥିଲେ ! ପ୍ରଧାନ ଶିକ୍ଷକ ଶ୍ରୀ ଷଡ଼ଙ୍ଗୀ ନିଜ କାର୍ଯ୍ୟକାଳ ମଧ୍ୟରେ ସ୍ନେହ, ଶ୍ରଦ୍ଧା ଓ ସକାରାତ୍ମକ ସହଯୋଗ ଦେଇଥିବା ଶିକ୍ଷକ ଶିକ୍ଷୟିତ୍ରୀ ଏବଂ ସହକର୍ମୀ କର୍ମଚାରୀ ବନ୍ଧୁ ପରିଜନ, ପୂରାତନ ଛାତ୍ରଛାତ୍ରୀ, ଅଭିଭାବକ ଅଭିଭାବିକା ଶିକ୍ଷା ପ୍ରଶାସନ ଓ ଜିଲ୍ଲା ପ୍ରଶାସନର ସମସ୍ତ ଅଧିକାରୀ ଓ କର୍ମଚାରୀ ମାନଙ୍କୁ ନିଜର କୃତଜ୍ଞତା ଜଣାଇବା ସହିତ ଜିଲ୍ଲା ଓ ରାଜ୍ୟର ବିଭିନ୍ନ ଶୈକ୍ଷିକ ଓ ସହ ଶୈକ୍ଷିକ କାର୍ଯ୍ଯକ୍ରମରେ ପୁର୍ବପରି ସହଯୋଗ କରିବା ପାଇଁ ପ୍ରତିଶ୍ରୁତି ଦେଇଥିଲେ ! ଏଥିରେ ଶିକ୍ଷାବିତ ମିହିର କୁମାର ପରିଡ଼ା ସଭାପତିତ୍ବ କରିଥିଲେ ! ଶିକ୍ଷୟିତ୍ରୀ ତପସ୍ୱିନୀ ଦାଶ ଅଟିଥିପରିଚୟ ଓ ସ୍ଵାଗତ ଭାଷଣ ଦେଇଥିଲେ o ଦୀପିକା ବିନ୍ଧାଣୀ ଧନ୍ୟବାଦ୍ ଅର୍ପଣ କରିଥିଲେ ! ବରିଷ୍ଠ ଶିକ୍ଷୟିତ୍ରୀ ଦୀପ୍ତି ବlଳା ସାହୁ କାର୍ଯକ୍ରମ ପରିଚାଳନା କରିଥିଲେ ଏବଂ ଶିକ୍ଷୟିତ୍ରୀ ଡ
ସୁଜାତା ମହାପାତ୍ର, ମିତାଲି ମହାନ୍ତି,କାଞ୍ଚନ ନାୟକ, ମମତା ଦାଶ,ବିଜୟଲକ୍ଷ୍ମୀ ସାହୁ,ପ୍ରିୟମ୍ବଦା ବେହେରା,କଲ୍ପନା ସାହୁ,ଅଞ୍ଜଳି ସାହୁ ଏବଂ ଶିକ୍ଷକ ଜୟଧର୍ମ ସେନାପତି,ରଞ୍ଜିତ ଦାସ, ତ୍ରିନାଥ ସେଠୀ, ପ୍ରତାପ ଆଚାର୍ଯ୍ୟ, ସନ୍ତୋଷ ଖୁଣ୍ଟିଆ ଏବଂ କର୍ମଚାରୀ ଧରଣୀ ଧର ସେଠୀ, ରମେଶ ନାୟକ, ଦୋଳଗୋବିନ୍ଦ ସେଠୀ, ପ୍ରମୁଖ ସକ୍ରିୟ ସହଯୋଗ କରି ଏହି କାର୍ଯ୍ୟକ୍ରମ କୁ ସଫଳ କରିଥିଲେ ! ଏକ ବର୍ଣ୍ଣାଢ଼୍ୟ ପରିବେଶରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ଛାତ୍ର ଛାତ୍ରୀ ମାନେ ରଙ୍ଗାରଙ୍ଗ ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ କରିଥିଲେ ! ଶେଷରେ ଏକ ଭାବଗମ୍ଭୀର ପରିବେଶରେ ଛାତ୍ର ଛାତ୍ରୀ, ପୂରାତନ ଛାତ୍ରଛାତ୍ରୀ,ଉପସ୍ଥିତ ଅଭିଭାବକ ଅଭିଭାବିକା ଏଵଂ ଜନସାଧାରଣ ଶ୍ରୀଯୁକ୍ତ ଷଡ଼ଙ୍ଗୀ ଙ୍କୁ ଅଶ୍ରୁଳ ପରିବେଶରେ ଶ୍ରେଷ୍ଠ ଶ୍ରଦ୍ଧା ସମ୍ମାନ ପ୍ରଦର୍ଶନ ପୂର୍ବକ ବିଦାୟ ଦେଇଥିଲେ !

Leave a Reply

Your email address will not be published. Required fields are marked *