Spread the love

ଭରତପୁର ଥାନାରେ ମେଜର ପ୍ରସଙ୍ଗ ଦିନକୁ ଦିନ ସଙ୍ଗୀନ ହେବାରେ ଲାଗିଛି । ରାଜ୍ୟ ରାଜଧାନୀରୁ ଜାତୀୟ ରାଜଧାନୀକୁ ପହଞ୍ଚିଲାଣି ଭରତପୁର ବିବାଦ । ଏହି ଘଟଣାରେ 5ଜଣଙ୍କୁ ସସପେଣ୍ଡ କରାଯାଇଥିବା ବେଳେ ଅନେକ ସଠିକ ତଦନ୍ତ କରି କାର୍ଯ୍ୟାନୁଷ୍ଠାନ ପାଇଁ ଦାବି କରିଛନ୍ତି । ଏହାରି ଭିତରେ ଅନେକ ସିସିଟିଭି ଭିଡିଓ ଭାଇରାଲ ହେବାରେ ଲାଗିଛି
ଯାହାକି ସାଧାରଣ ଜନତାଙ୍କ ମନରେ ଦ୍ବନ୍ଦ ସୃଷ୍ଟି କରିଛି । ଭିଡିଓ ଦେଖିଲେ କିଏ ଠିକ୍ କିଏ ଭୁଲ ବୋଲି ମନରେ ପ୍ରଶ୍ନ ଆସୁଛି । କିଛି ଜଣ ପ୍ରଶ୍ନ କରୁଛନ୍ତି, ” ଏତେ ମିଛ କଣ ପାଇଁ, ଭିଡିଓରେ ହାତ ଠିକ୍ ଥିଲା ଭଳି ଲାଗୁଛି ହେଲେ ହଠାତ୍ ଭାଙ୍ଗିଲା କେମିତି, ଠିକ ଭାବେ ଚାଲୁଥିଲେ ହେଲେ ହ୍ବିଲ ଚେୟାରରେ କେମିତି ।

ତେବେ ସିସିଟିଭି ଫୁଟେଜକୁ ଦେଖି ଲୋକେ କହୁଛନ୍ତି, ମେଜର ଏବଂ ତାଙ୍କ ବାନ୍ଧବୀ ପୋଲିସ ନାଁରେ ମିଛ କହି ତାକୁ ଫସାଇବାକୁ ଚେଷ୍ଟା କରୁଛନ୍ତି । ସିସିଟିଭିରେ ଦେଖାଯାଇଛି ଯେ, ଏକ ଘରୋଇ ମେଡିକାଲରେ ତାଙ୍କ ହାତ ଭଲ ଥିଲା । କିନ୍ତୁ ଏମ୍ସ ଗଲାବେଳେ ତାଙ୍କ ହାତ ଭାଙ୍ଗି ଯାଇଛି । ଯଦି କିଛି କଳି ଝଗଡା ହୋଇଥିଲା ତ ତାହାର ସମାଧାନ ହୋଇପାରିଥାନ୍ତା, କିନ୍ତୁ ଏଭଳି ସଙ୍ଗୀନ ଅଭିଯୋଗର ଆବଶ୍ୟକତା କଣ ରହିଥିଲା ବୋଲି ସାଧାରଣରେ ପ୍ରଶ୍ନ ଉଠିଛି । କହିରଖୁଛୁକି, ତାଙ୍କୁ ଅତର୍କିତ ଆକ୍ରମଣ କରାଯାଇଥିଲା । ଯେଉଁଥିପାଇଁ ତାଙ୍କ ଶରୀରରେ ଗଭୀର ଆଘାତ ଲାଗିଛି ବୋଲି ପୀଡିତା ଜଣକ ଅଭିଯୋଗ କରିଥିଲେ । କିନ୍ତୁ ସିସିଟିଭି ଫୁଟେଜରେ ସେଭଳି କୌଣସି ଦେଖିବାକୁ ମିଳିନାହିଁ । ସବୁଆଡେ ସିସିଟିଭି ଫୁଟେଜକୁ ନେଇ ଚର୍ଚ୍ଚା ।

Leave a Reply

Your email address will not be published. Required fields are marked *