Spread the love

ଉତ୍କଳ ବିଶ୍ୱବିଦ୍ୟାଳୟ ଅଧ୍ୟାପକ ଅଟଳ ବିହାରୀ ଦାସ ନିଲମ୍ବିତ, ଛାତ୍ରୀଙ୍କୁ ଯୌନ ନିର୍ଯ୍ୟାତନା ପଡିଲା ମହାଙ୍ଗା

ପ୍ରଦୀପ କୁମାର ପଣ୍ଡା
ଦର୍ଶନ ସମୀକ୍ଷା ଭୁବନେଶ୍ୱର

ଉତ୍କଳ ବିଶ୍ୱବିଦ୍ୟାଳୟ ଅର୍ଥନୀତି ବିଭାଗର ଅଧ୍ୟାପକ ଅଟଳ ବିହାରୀ ଦାସ ଜଣେ ଛାତ୍ରୀଙ୍କୁ ଯୌନ ନିର୍ଯ୍ୟାତନା କରିଥିବାର ଅଭିଯୋଗରେ ନିଲମ୍ବିତ ହୋଇଛନ୍ତି I ଛାତ୍ରୀ ଉତ୍କଳ ବିଶ୍ୱବିଦ୍ୟାଳୟ କତୃପକ୍ଷଙ୍କୁ ଯୌନ ନିର୍ଯ୍ୟାତନା ଅଭିଯୋଗ କରିଥିଲେ I ବହି ଆଣିବା ପାଇଁ ଛାତ୍ରୀ ଜଣକ ଅଧ୍ୟାପକ ଅଟଳ ବିହାରୀ ଦାସଙ୍କ ଚାମ୍ବର କୁ ଯାଇଥିଲେ I ଅଧ୍ୟାପକ ଅଟଳ ବିହାରୀ ଦାସ ଚାମ୍ବର ଭିତରୁ ବନ୍ଦକରି ଛାତ୍ରୀଙ୍କୁ ଯୌନ ନିର୍ଯ୍ୟାତନା କରିଥିଲେ I

ଯୌନ ନିର୍ଯ୍ୟାତନା କରିବା ପରେ କହିଥିଲେ “ଯଦି ଭଲ ଲାଗିଲା ଆଉ ଥର ଆସିବୁ, ଯଦି ଖରାପ ଲାଗିଲା ତାହେଲେ କାହାକୁ କହିବୁନି” I ଅଧ୍ୟାପକ ଅଟଳ ବିହାରୀ ଦାସ ଛାତ୍ରୀଙ୍କୁ ଆଉ କାହାକୁ ନକହିବାକୁ ଧମକ ମଧ୍ୟ ଦେଇଥିଲେ I ଏ କିପ୍ରକାର ବିକୃତ ଘୃନ୍ୟ ମାନସିକତା I

ଉତ୍କଳ ବିଶ୍ୱବିଦ୍ୟାଳୟ କୁଳପତି ଘଟଣାର ସଂଜ୍ଞାନ ନେଇ ଅଧ୍ୟାପକ ଅଟଳ ବିହାରୀ ଦାସ ନିଲମ୍ବନ କରିଛନ୍ତି ଏବଂ ମୁଖ୍ୟାଳୟ ନଛାଡ଼ିବାକୁ କଡା ନିର୍ଦେଶ ଦେଇଛନ୍ତି I ଘଟଣାର ସଂଜ୍ଞାନ ନେଇ କୁଳାଧିପତି ରାଜ୍ୟପାଳ ମଧ୍ୟ ହସ୍ତକ୍ଷେପ କରିଛନ୍ତି ଏବଂ ଏକ ସପ୍ତାହ ଭିତରେ ରିପୋର୍ଟ ମାଗିଛନ୍ତି I

ବିଶ୍ୱବିଦ୍ୟାଳୟରେ ମଧ୍ୟ ଛାତ୍ରୀ ସୁରଖିତ ନାହାନ୍ତି I ଏ କିପ୍ରକାର ବିକୃତ ଘୃନ୍ୟ ମାନସିକତା I ଛାତ୍ରୀଙ୍କ ମା ଅସୁସ୍ଥ ତା ସହିତ ଯୌନ ନିର୍ଯ୍ୟାତନା I ଜଣେ ଅଧ୍ୟାପକ ବିଶ୍ୱବିଦ୍ୟାଳୟରେ ଯୌନ ନିର୍ଯ୍ୟାତନା କରିବା ହତ୍ୟାଠାରୁ ଭି ସଂଗୀନ ଅପରାଧ I ଅଧ୍ୟାପକ ଜଣେ ଅଭ୍ୟାସଗତ ଯୌନ ନିର୍ଯ୍ୟାତନା ଅପରାଧୀ ଅତୀତରେ ମଧ୍ୟ ସେ ଏଭଳି ଯୌନ ନିର୍ଯ୍ୟାତନା ଅପରାଧ କରିଛନ୍ତି I

କୁଳପତି ହସ୍ତକ୍ଷେପ ଯୋଗୁ ଏହି ଘଟଣାରେ ନିଲମ୍ବିତ ହେଇଛନ୍ତି I ଉତ୍କଳ ବିଶ୍ଵବିଧ୍ୟାଳ ଏହି ଘଟଣାକୁ ବହୁତ ସମ୍ବେଦନଶୀଳତା ସହିତ ବିଚାର କରି ଅଧ୍ୟାପକଙ୍କୁ ଦୃଷ୍ଟାନ୍ତ ମୂଳକ କଠୋର ଦଣ୍ଡ ଦିଅନ୍ତୁ କୁଳାଧିପତି ଛାତ୍ରୀଙ୍କୁ ନ୍ୟାୟ ଦିଅନ୍ତୁ ରାଜ୍ୟ ମହିଳା ଆୟୋଗ ରାଜ୍ୟ ମହିଳା ଏବଂ ଶିଶୁ ବିକାଶ ବିଭାଗ ମାନ୍ୟବର ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡା ମାନ୍ୟବର ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଛାତ୍ରୀଙ୍କୁ ନ୍ୟାୟ ଦିଅନ୍ତୁ I

Leave a Reply

Your email address will not be published. Required fields are marked *