Spread the love

କିଛି ଲୋକ ଅନ୍ୟକୁ ବିପଦରେ ପକାଇ ତାହାର ସରଳତାର ସୁଯୋଗ ନେଇ ଖୁସି ହୋଇଥାନ୍ତି।ସେମାନେ ଜାଣି ନଥାନ୍ତି ଯେ ସେ ଖୁସି ଅଳ୍ପ ଦିନର।କାହିଁକି ନା ସ୍ରୁଷ୍ଟିର ନିୟମ ଅଛି ଯେ ଅନ୍ୟ ପାଇଁ ଗାତ ଖୋଳି ଥିବା ଲୋକ ନିଜେ ସେହି ଗାତରେ ପଡିଥାଏ।

ସମୟ ଆଜି ଖରାପ ଅଛି କାଲି ଭଲ ହବ ଆଜି ଅନ୍ଧାର ଅଛି କାଲି ଆଲୋକ ଆସିବ। ସମୟ କେବେ ସମାନ ରୁହେନି ସେଥିପାଇଁ ଭଲ ସମୟ ରେ କେବେ ଅଧିକା ଖୁସି ହବନି,କି ଖରାପ ସମୟ ରେ ଅଧିକ ବିଚଳିତ ହବନି ସବୁବେଳେ ଭାବିବ…ଏ ସମୟ ଚାଲିଯିବ।

ସମୟ ଆଉ ସଂସ୍କାର ଏ ଦୁଇଟିଯାକ ଆମ ସଫଳ ଜୀବନରେ ନିହାତି ଆବଶ୍ୟକ କାରଣ ସମୟ ଖରାପ ଚାଲିଥିଲେ ସଂସ୍କାରର ମାନେ କିଛି ନଥାଏ ଆଉ ଉତ୍ତମ ସଂସ୍କାର ନଥିଲେ ସମୟର ମାନେ କିଛି ନଥାଏ ତେଣୁ ଏ ଦୁଇଟିକୁ ନିଜ ଆୟତ୍ତରେ ରଖନ୍ତୁ ଆଉ ସଫଳ ଜୀବନ ବିତାନ୍ତୁ।

ପରର ଦୁଃଖର ଆଖିରେ ସୁଖର ଲୁହ ଭରିବା ଆଉ ଖୁସିର ଅଧରରେ ହସର ମହୁ ଢାଳିବା ମହତ ଜନର ସୁଗୁଣ। ପରର ସଫଳତାର ପ୍ରଶଂସାରେ ଅହିଂସାର ତାଳିମାରିବା ଓ ଅସଫଳତାର ଅଧୈର୍ଯ୍ୟରେ ଉତ୍ସାହର ହାତ ଆଉଁସା ଦେବା ଆଦର୍ଶ ବ୍ୟକ୍ତିର ବ୍ୟକ୍ତିତ୍ୱର……

ନିଜର ଭାବିକି କଥାପଦେ ହେଲେ
ନ ଭାବନ୍ତି ସେତ ଭଲ,
ସାମାନ୍ୟ କଥାରେ ଆଘାତ ଦେବେ ସେ
ସରିଯିବ ତୁମ ଗେଲ ।

ଯେତେ ବି ଶକ୍ତି ସାମର୍ଥ୍ୟ ଥାଉ ନା କାହିଁକି ଗର୍ବ ନ କରିବା ଆପଣ ସାଗର ଠାରୁ ଶିଖି ପାରିବେ ।

ଅଳ୍ପ ବୁଦ୍ଧି, ଅଳସୁଆ, ମଠୁଆ, ନିଚଲୋକ, ଖୋସାମନ୍ତିଆ, କୁଜା, କାଲ, ଅନ୍ଧ, ବାମନ, ଛୋଟା ଏମାନଙ୍କ ସହିତ କୈାଣସି ଗୁରୁତର ବିଷୟରେ ଆଲେଚନା କରିବେ ନାହିଁ ।

ଯେଉଁ ଲୋକ Time କୁ ବରବାଦ୍ କରେ Time ଆସିଲେ Time ମଧ୍ୟ ତାକୁ ବରବାଦ୍ କରିଦିଏ । ତେଣୁ Time କୁ ବରବାଦ୍ ନ କରି ତାକୁ ସମ୍ମାନ କରନ୍ତୁ Time ମଧ୍ୟ ଆପଣଙ୍କୁ ସମ୍ମାନ କରିବ ।

               

Leave a Reply

Your email address will not be published. Required fields are marked *