Spread the love

ଆସିଗଲା ଆଉ ଏକ ନୂଆ ରୋଗ ଯାହାକୁ ମଙ୍କିଫକ୍ସ ବୋଲି କୁହାଯାଉଛି. ସତର୍କ ରହିବାକୁ ସରକାରଙ୍କର ପ୍ରଥମ ଗାଇଡଲାଇନ ଆସିଲା.

ଯେଉଁମାନେ ଇଣ୍ଟରନ୍ୟାସନାଲ ଟ୍ରାଭେଲ କରୁଛନ୍ତି ଏବଂ ମଙ୍କିପକ୍ସ ଆକ୍ରାନ୍ତଙ୍କ ସଂସ୍ପର୍ଶରେ ଆସିଛନ୍ତି ସେମାନଙ୍କୁ ସଙ୍ଗରୋଧ କରି ନମୁନା ପରୀକ୍ଷା ପାଇଁ କୁହାଯାଇଛି । ଅନ୍ତର୍ଜାତୀୟ ଯାତ୍ରା କରିଥିଲେ ସେଲ୍ଫ ଡିକ୍ଲାରେସନ ଫର୍ମ ଦେବାକୁ ହେବ ।

ମଙ୍କିପକ୍ସ ପାଇଁ ଗାଇଡଲାଇନ ଜାରି କରିଛନ୍ତି ରାଜ୍ୟ ସରକାର । ଏଥିପାଇଁ ଜିଲ୍ଲାକୁ ନିର୍ଦ୍ଦେଶନାମା ଜାରି କରାଯାଇଛି ।
ବିମାନ ବନ୍ଦର, ପୋର୍ଟ କର୍ତ୍ତୃପକ୍ଷଙ୍କ ପାଇଁ ଗାଇଡଲାଇନ ଜାରି କରାଯାଇଛି । ବର୍ତ୍ତମାନ ଭାରତରେ ମଙ୍କିପକ୍ସ ସଂଖ୍ୟା ବହୁତ କମ ଅଛି । ଯେଉଁମାନେ ଇଣ୍ଟରନ୍ୟାସନାଲ ଟ୍ରାଭେଲ କରୁଛନ୍ତି ଏବଂ ମଙ୍କିପକ୍ସ ଆକ୍ରାନ୍ତଙ୍କ ସଂସ୍ପର୍ଶରେ ଆସିଛନ୍ତି ସେମାନଙ୍କୁ ସଙ୍ଗରୋଧ କରି ନମୁନା ପରୀକ୍ଷା ପାଇଁ କୁହାଯାଇଛି । ଅନ୍ତର୍ଜାତୀୟ ଯାତ୍ରା କରିଥିଲେ ସେଲ୍ଫ ଡିକ୍ଲାରେସନ ଫର୍ମ ଦେବାକୁ ହେବ ।

ଲକ୍ଷଣ ପ୍ରକାଶ ପାଇଲେ ଆଇସୋଲେଟରେ ରଖାଯିବ । ବ୍ୟକ୍ତିଙ୍କ ଦେହରେ ଲକ୍ଷଣ ଥିଲେ ଏମ୍ସ ଭୁବେନେଶ୍ୱରରେ ଥିବା ଲବ୍ରୋଟେରିକୁ ନମୂନା ପଠାଯିବ । ଏବେସୁଦ୍ଧା ଲକ୍ଷଣ ଥିବା ଲୋକ ଓଡିଶାକୁ ଆସିନାହାନ୍ତି । ଏହାସତ୍ତ୍ୱେ ପ୍ରସ୍ତୁତ ରହିବାକୁ କୁହାଯାଇଛି ।

ଆଫ୍ରିକାରେ ମଙ୍କିପକ୍ସ ରୋଗ ଦେଖାଦେଇଛି ତେଣୁ ସେଠାରୁ ଆସୁଥିବା ଯାତ୍ରୀଙ୍କ ପାଇଁ ସାବଧାନ ରହିବାକୁ କୁହାଯାଇଛି । ଆଫ୍ରିକାରୁ ଆସିଥିଲେ ୨୧ ଦିନର ଆଇସୋଲେସନ ବାଧ୍ୟତାମୂଳକ ରହିଛି । ସନ୍ଦେହ ହେଲେ ବ୍ୟକ୍ତିଙ୍କୁ ସଙ୍ଗରୋଧରେ ରଖାଯିବ । ନମୂନା ନେଗେଟିଭ ଆସିଲେ ବ୍ୟକ୍ତିଙ୍କୁ ଛାଡି ଦିଆଯିବ ।

Leave a Reply

Your email address will not be published. Required fields are marked *