“
ଆରଟିଓ ଭୟ ଦେଖାଇ ଆଦାୟ କରୁଥିଲେ ବେଆଇନ ଅର୍ଥ, ଧରାପଡିଲେ ଦୁଇ ପରିବହନ ଅଧିକାରୀ
ବରିଷ୍ଠ ଅଧିକାରୀଙ୍କ ନାଁରେ ଆଦାୟ କରୁଥିଲେ ବେଆଇନ ଅର୍ଥ । 5 ଜଣିଆ ଦଲାଲ ଗ୍ୟାଙ୍ଗକୁ ଧରିଲା ବ୍ରହ୍ମପୁର ପୋଲିସ । ଗିରଫଙ୍କ ମଧ୍ୟରେ ଦୁଇ ପରିବହନ ଅଧିକାରୀ ।
ବ୍ରହ୍ମପୁର:କଥାରେ ଅଛି ବାଡ ଯଦି ଫସଲ ଖାଏ ତେବେ ଗୁହାରୀ କହିବ କାହାକୁ…
ଏହି ଲୋକକଥା ଉକ୍ତିର ପ୍ରମାଣ ଦେଖିବାକୁ ମିଳିଛି ଗଞ୍ଜାମ ଜିଲ୍ଲାରେ । ଗଞ୍ଜାମ ଜିଲ୍ଲାର ଦୁଇ ପରିବହନ ଅଧିକାରୀ ବର୍ଷ ବର୍ଷ ଧରି ବରିଷ୍ଠ ଅଧିକାରୀଙ୍କ ନାଁରେ ଆଦାୟ କରୁଥିଲେ ମୋଟା ଅଙ୍କର ଜରିମାନା । ଶେଷରେ ଏମାନଙ୍କୁ ଧରିବାରେ ସଫଳ ହୋଇଛି ବ୍ରହ୍ମପୁର ପୋଲିସ । ବେଆଇନ ଅର୍ଥ ଆଦାୟ ଅଭିଯୋଗରେ 5ଜଣ ଗିରଫ ହୋଇଥିବା ବେଳେ ସେମାନଙ୍କ ମଧ୍ୟରେ 2 ଅଧିକାରୀ ରହିଛନ୍ତି । ଏନେଇ ସୂଚନା ଦେଇଛନ୍ତି ବ୍ରହ୍ମପୁର ଆରକ୍ଷୀ ଅଧିକ୍ଷକ ଡା.ଶ୍ରର୍ବଣା ବିବେକ ଏମ ।ଗିରଫଙ୍କ ମଧ୍ୟରେ ଅତିରିକ୍ତ RTO ଅଧିକାରୀ:
ଗିରଫ 5 ଜଣଙ୍କ ମଧ୍ୟରେ ଗଞ୍ଜାମ ଜିଲ୍ଲା ପରିବହନ ବିଭାଗରେ କାର୍ଯ୍ୟରତ ଥିବା ଅତିରିକ୍ତ ଆର.ଟି.ଓ କେ.ଭେଙ୍କେଟେସ୍ ,କନିଷ୍ଠ ଏମ୍.ଭି.ଆଇ ରତିକାନ୍ତ ନାହକଙ୍କ ସମେତ ଏଭଳି କର୍ଯ୍ୟ କରି ଆସୁଥିବା ତିନି ଜଣ ଦଲାଲଙ୍କୁ ଗିରଫ କରାଯାଇଛି । ଅନ୍ୟ ଜଣେ ଦଲାଲ କୌଶଳ କ୍ରମେ ଖସି ଯାଇଥିବା ବେଳେ ଏହି ରାକେଟରେ ଜଣେ ଅବସରପ୍ରାପ୍ତ ପରିବହନ ବିଭାଗର ଅଧିକାରୀ ରହିଥିବା ବ୍ରହ୍ମପୁର ପୋଲିସ ମୁଖ୍ୟାଳୟରେ ସୂଚନା ଦେଇଛନ୍ତି ବ୍ରହ୍ମପୁର ଆରକ୍ଷୀ ଅଧିକ୍ଷକ ଡା.ଶ୍ରର୍ବଣା ବିବେକ ଏମ୍ ।ଜାତୀୟ ରାଜପଥରୁ କରୁଥିଲେ ବେଆଇନ ଅର୍ଥ ଆଦାୟ:
ଓଡିଶା-ଆନ୍ଧ୍ର ସୀମାନ୍ତରେ ରହିଥିବା ପୁରାତନ ଗିରିସୋଲା ତନଖି ଫାଟକରେ କିଛି ବ୍ୟକ୍ତିବିଶେଷ ବେଆଇନ ଭାବରେ କିଛି ଅସାଧୁ ବ୍ୟକ୍ତିବିଶେଷ ଅର୍ଥ ଆଦାୟ କରୁଥିବା ନେଇ ବ୍ରହ୍ମପୁର ପୋଲିସ ଜିଲ୍ଲାର ଗୋଳନ୍ଥରା ଥାନା ନିକଟରେ ଅଭିଯୋଗ ପହଞ୍ଚିଥିଲା । ଯାହାକୁ ନେଇ ପୋଲିସ ଟିମ୍ ସାଧା ପୋଷାକରେ ରହି ଏମାନଂକୁ ଧରିଲେ..