Spread the love

ଗୁରୁ ପୂର୍ଣ୍ଣିମା,ଏହାକୁ ମଧ୍ୟ ବ୍ୟାସ ପୂର୍ଣ୍ଣିମା ଓ ଆଷାଢ଼ ପୂର୍ଣ୍ଣିମା କୁହାଯାଏ

ଆଷାଢ଼ ପୂର୍ଣ୍ଣିମା, ଯାହାକୁ ସନାତନ ହିନ୍ଦୁ ସଂସ୍କୃତିରେ ପବିତ୍ର ଗୁରୁ ପୂର୍ଣ୍ଣିମା ଭାବେ ପାଳନ କରାଯାଏ ! ତେବେ ଏହାର ମହତ୍ତ୍ୱ ଓ ଆବଶ୍ୟକତା ବର୍ତ୍ତମାନ ପିଢି ଜାଣି ପାରୁ ନାହାଁନ୍ତି । କାରଣ ସେମାନଙ୍କୁ ସେପ୍ଟେମ୍ବର ୫ ରେ ପାଳିତ ଶିକ୍ଷକ ଦିବସ କୁ ଗୁରୁ ଦିବସ ବୋଲି କୁହାଗଲା କିନ୍ତୁ “ଗୁରୁ ପୂର୍ଣ୍ଣିମା” ବୋଲି ଏକ ପବିତ୍ର ଦିବସକୁ ଆମେ ପର୍ବ ଭାବେ ପାଳନ କରୁ ସେ କଥାକୁ ଆଜିଯାଏ ଆମ ପାଠ୍ୟକ୍ରମରେ ସ୍ଥାନ ଦିଆଯାଇ ନାହିଁ । ତେଣୁ ସମୟ ଆସିଛି ଏ ପବିତ୍ର ଦିବସର ମହତ୍ତ୍ୱ ବିଷୟରେ ନିଜେ ଜାଣିବା ସହିତ ଅନ୍ୟମାନଙ୍କୁ ଜଣାଇବାର ।

ଧାର୍ମିକ ମତାନୁସାରେ ସନାତନ ଧର୍ମ ଓ ଶାସ୍ତ୍ରର ମୂଳପିଣ୍ଡ ଚାରି ବେଦ, ବେଦାନ୍ତ, ଗୀତା ଓ ଉପନିଷଦର ଭାଷ୍ୟକାର ତଥା ମହାକାବ୍ୟ ଯୁଗର ମହାଭାରତ, ଅଷ୍ଟାଦଶ ପୁରାଣ, ଶ୍ରୀମଦ୍ ଭାଗବତ, ବ୍ରହ୍ମସୂତ୍ର ପ୍ରଭୁତି ର ରଚୟିତା “କୃଷ୍ଣ ଦ୍ଵିପାୟନ୍”, ମହର୍ଷି ବ୍ୟାସଦେବଙ୍କ ଜନ୍ମତିଥି । ସେ ମଧ୍ୟ ବେଦାନ୍ତ ଦର୍ଶନ ଓ ଅଦ୍ୱୈତବାଦର ସଂସ୍ଥାପକ । ବେଦମାନଙ୍କର ସଂଗ୍ରହ ଓ ବିଭାଗ କରିଥିବାରୁ ପୁରାଣନୁଯାୟୀ ଭିନ୍ନଭିନ୍ନ କଳ୍ପରେ ପ୍ରତ୍ୟେକ ଯୁଗରେ ଜନ୍ମଗ୍ରହଣ କରି ବେଦମାନଙ୍କର ସଂଗ୍ରହ ଓ ବିଭାଗକାରୀ ମହର୍ଷି ବେଦବ୍ୟାସ ଭାବେ ପରିଚିତ । ଏ ବ୍ରହ୍ମା ବା ବିଷ୍ଣୁଙ୍କର ଅବତାର ବୋଲି କଥିତ । ସେ ହିଁ ପ୍ରଥମେ ସ୍ଵୟଂ ବ୍ରହ୍ମାଙ୍କ ଦ୍ଵାରା ସୃଷ୍ଟି ଚାରି ବେଦର ଅଭେଦ୍ୟ ଜ୍ଞାନକୁ ସମଗ୍ର ମାନବ ଜାତିର କଲ୍ୟାଣ ପାଇଁ ସରଳୀକରଣ କରିଥିଲେ । ସେହି ମହାନ୍ ଗୁରୁଙ୍କ କର କମଳରେ ବେଦର ବିଭାଜନ ଓ ବ୍ୟାଖ୍ୟାନ ହୋଇଥିଲା । ତା ସହିତ ସବୁ ପୁରାଣର ରଚନା କର୍ତ୍ତା ଭାବେ ମଧ୍ୟ ମାନ୍ୟତା ଦିଆଯାଏ !
ସମଗ୍ର ବିଶ୍ବବାସୀଙ୍କ ହିତାର୍ଥେ ଓ ମାନବ କଲ୍ୟାଣାର୍ଥେ ସେ ପ୍ରଥମେ ବେଦର ଜ୍ଞାନ ପ୍ରଦାନ କରିଥିଲେ । “ତାଙ୍କର ଏହି ମହାନ ଯୋଗଦାନ ପାଇଁ ,ତାଙ୍କରି ସ୍ମୃତିରେ ଆଜି ଦିନକୁ ଗୁରୁପୂର୍ଣ୍ଣିମା ଭାବେ ପାଳନ କରାଯାଏ ଓ ତାଙ୍କୁ ପ୍ରଥମ ଗୁରୁ ବା ଆଦି ଗୁରୁର ଉପାଧି ଦିଆଯାଇଛି ।।
ଯେ କୌଣସି କର୍ମ ବା ଧର୍ମ ହେଉ ନା କାହିଁକି ବିନା ଗୁରୁରେ ପୂର୍ଣ୍ଣତା ଆସେ ନାହିଁ ! ଗୁରୁ, ମନୁଷ୍ୟର ଅନ୍ତଃର୍ନିହିତ ଗୁଣ ଓ ଶକ୍ତିକୁ ଜାଗରଣ କରି ବ୍ୟକ୍ତି ଜୀବନରେ ଜ୍ଞାନର ଦ୍ବୀପକୁ ପ୍ରଜ୍ବଳିତ କରିଥାନ୍ତି !

ବ୍ୟାସଦେବଙ୍କ ନିମନ୍ତେ ଏହି କଥାକୁ ଭିନ୍ନ ଭାଷାରେ କୁହାଯାଇଛି –
“ବ୍ୟାସାୟ ବିଷ୍ଣୁ ରୂପାୟ, ବ୍ୟାସ ରୂପାୟ ବିଷ୍ଣବେ !
ନମୋ ବୈ ବ୍ରହ୍ମ ବିଧୟେ ବଶିଷ୍ଠାୟ ନମୋନମଃ !!
ଅଚ୍ୟୁତର୍ବଦ ବ୍ରହ୍ମା ଦ୍ୱିର୍ବାହାରୁ ପରେ ହରିଃ !
ଆଭାଲ ଲୋଚନଃ ଶମ୍ଭୁ ଭଗବାନ ବାଦରାୟାଣଃ” !!
ପୃଥିବୀ ମାତା ଓ ଜନ୍ମଦାତ୍ରୀ ଏହି କ୍ରମରେ ପ୍ରଥମ ଗୁରୁ ପଦବାଚ୍ଯ

ସଂଗୃହିତ
ଜୟ ପ୍ରକାଶ
ଦିବ୍ୟଦିଗନ୍ତ ସାମାଜିକ ଅନୁଷ୍ଠାନ
(ପୂର୍ଣାଙ୍ଗ ବିକାଶର ଅନନ୍ୟ ଦୂରଦୃଷ୍ଟି)

Related Post

Leave a Reply

Your email address will not be published. Required fields are marked *